Centre for Internet & Society

The post is about the journey of Odia Wikipedia and the last three years of active contribution

Click to read the original published on the website of the Brokenscooter


Odia Wikipedia 10 Years

ଓଡ଼ିଆ ଉଇକିପିଡ଼ିଆ ୨୯ ଜାନୁଆରୀରେ ଏହାର ୧୦ ବର୍ଷ ପୂରଣ କଲା । ୨୦୦୪ରେ ଏହା ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବେ ଆରମ୍ଭ ହେଇଥିଲେ ମଧ୍ୟ, ଏଥିରେ ପ୍ରକୃତ ଅର୍ଥରେ ଲେଖାଲେଖି ୨୦୧୧ରେ ଆରମ୍ଭ ହେଇଥିଲା । ସେତେବେଳେ ୫୫୦ଟି ଯାହିତାହି ପ୍ରସଙ୍ଗ ଏବଂ କହିବାକୁ ଗଲେ ଜଣେ ମଧ୍ୟ ସକ୍ରିୟ ସଭ୍ୟ ନଥିଲେ । ତତ୍କାଳୀନ ପରିସ୍ଥିତିରେ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଲାଗି ଉଇକିଆଳିଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଅଧିକ ଲୋକ ଇଣ୍ଟରନେଟ ତଥା ବିଶେଷ ଭାବେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ଓ ଓଡ଼ିଆରେ ଲେଖିବା ପାଇଁ ଅଧିକ ଇନପୁଟ ପ୍ରଣାଳୀ ଆସିବା ଦ୍ଵାରା ଏହି ଗୋଷ୍ଠୀଗତ ପ୍ରକଳ୍ପଟି ଲୋକଲୋଚନାକୁ ଆସିବାକୁ ଲାଗିଲା । ଓଡ଼ିଆ ଉଇକିପିଡ଼ିଆର ଫେସବୁକ ପୃଷ୍ଠା ଏବଂ ଗୋଠ ଅଧିକ ଲୋକମାନଙ୍କର ଓଡ଼ିଆ ଭାଷାରେ ଲେଖିବା ପାଇଁ ଏକ

ସାମାଜିକ ଦ୍ଵାର ହୋଇଥିଲା । ଇଉନିକୋଡ଼ରେ ଲେଖା ହୋଇ ଇଣ୍ଟରନେଟରେ ଉପଲବ୍ଧ ଥିବା ଲେଖା ଏହି ଭାଷାରେ ପ୍ରାୟତଃ କିଛି ନାହିଁ ବା ବହୁତ କମ । ଅନ୍ୟ ଭାଷାଭାଷୀ ଲୋକମାନଙ୍କ ତୁଳନାରେ ଏହି ଭାଷାରେ ଉପଲବ୍ଧ ଥିବା ଛବି, ଭିଡ଼ିଓ ଓ ଅଡ଼ିଓ ମିଡ଼ିଆଗୁଡ଼ିକ ବହୁତ କମ । ଏବେ ମଧ୍ୟ ବହୁତ ଲୋକ ସେହି ପୁରୁଣା ଚୋରା ଅପରେଟିଂ ସିଷ୍ଟମକୁ ସେମାନଙ୍କ କମ୍ପ୍ୟୁଟରରେ ବ୍ୟବହାର କରୁଛନ୍ତି ଯାହାକି ସମସ୍ତ ଉଇକିପିଡ଼ିଆ ପ୍ରକଳ୍ପର ଉନ୍ନତିରେ ଏକ ବଡ଼ ବାଧା ପାଲଟିଛି । ଅଧୁନା ଓଡ଼ିଆରେ ଅନଲାଇନ ଅବଦାନ ଓ ଅନେକ ଗୁଡ଼ିଏ ଇନପୁଟ ପ୍ରଣାଳୀ ଆସିବାକୁ ଲାଗିଛି । ଅଧିକ ଲୋକ ଓଡିଆରେ ଇଇଉନିକୋଡ଼ବ୍ୟବହାର କରି ଇଣ୍ଟରନେଟରେ ଖୋଜିବା ଆରମ୍ଭ କଲେଣି । ଏହି କ୍ଷେତ୍ରରେ ଓଡ଼ିଆ ଉଇକିପିଡ଼ିଆ ବହୁତ ଗୁଡ଼ିଏ ଲେଖା ଓ ପାଠକ ଦେଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମାସିକ ପୃଷ୍ଠା ଦେଖା ଯାହାକି ବର୍ଷ ବର୍ଷ ଧରି ଲଗାତର କମ ଥିଲା ତାହା ୧୦୦୦ରୁ ୪,୦୦,୦୦୦ ରୁ ଅଧିକ ହେଲାଣି ଯାହା ବେଳେବେଳେ ୫,୦୦,୦୦୦ ମଧ୍ୟ ପହଞ୍ଚିଛି । ଓଡ଼ିଆ ଲେଖାଥିବା ସମସ୍ତ ୱେବସାଇଟ ମଧ୍ୟରେ ଏହା ସର୍ବାଧିକ । ଦୁଇଦିନ ଧରି ଅଧିକ ଲୋକମାନଙ୍କୁ ଆକର୍ଷିତ କଲାଭଳି ନୂଆ ପ୍ରକଳ୍ପ ସହ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମତିଥି ପାଳନ କରିଛି । ଓଡ଼ିଆ ଉଇକିଆଳିଗଣ ୨୮ ଜାନୁଆରୀରେ କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ ସୋସିଆଲ ସାଇନ୍ସେସ ଏବଂ ୨୯ ଜାନୁଆରୀରେ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମାସ କମ୍ୟୁ ନିକେସନ ଏହି ଦୁଇଟି ଶିକ୍ଷାନୁଷ୍ଠାନଠାରେ ଏକଜୁଟ ହୋଇ ଏଥିରେ ସାମିଲ ହୋଇଥିଲେ ।

Odia Wikimedia community is organizing Odisha day on the 29th of this month in Bhubaneswar. More details: http://or.wikipedia.org

The views and opinions expressed on this page are those of their individual authors. Unless the opposite is explicitly stated, or unless the opposite may be reasonably inferred, CIS does not subscribe to these views and opinions which belong to their individual authors. CIS does not accept any responsibility, legal or otherwise, for the views and opinions of these individual authors. For an official statement from CIS on a particular issue, please contact us directly.