I wrote an editorial in Odia newspaper the "Samaja" on November 17, 2014. I have written about Odia Wikisource, its potential and how people can get involved in it with a short note about the digitization done already. I have also highlighted the authors and copyright holders who kindly have donated their work under CC-by-SA license.
The original article published by the Samaja in Odia on November 17 could be read here.
ଓଡ଼ିଆ ବହି ପ୍ରକାଶନ ପାଇଁ ନୂଆ ରାହା
ଶୁଭାଶିଷ ପାଣିଗ୍ରାହୀ
ଓଡ଼ିଶାରେ ପ୍ରଥମ ଛାପାଖାନା ସ୍ଥାପିତ ହେବାଠୁ ଆଜିଯାଏ ବିତିଛି ଏକ ଲମ୍ବା କାଳ । ଏ କାଳ ଭିତରେ କେତେ ଲକ୍ଷ ପାଣ୍ଡୁଲିିପି ଲେଖା ହୋଇଥିବ, କେତେ ବହି ଛପା ହୋଇଥିବ । ଏ ଭିତରେ କେତେ ଓଡ଼ିଆ ଓଡ଼ିଶା ବାହାରକୁ ଯାଇଥିବେ । ତାଙ୍କ ଭିତରୁ ପଢ଼ାରଙ୍କୁଣା ଲୋକେ କ'ଣ ସବୁବେଳେ ସବୁ ବହି ପାଇପାରୁଥିବେ? ଓଡ଼ିଶାରେ ଥିବା ଅନେକ ମଧ୍ୟ ଲାଇବ୍ରେରୀ ଯାଇ ବହି ଖୋଜିବା ଅବସ୍ଥାରେ ସବୁବେଳେ ନଥାନ୍ତି । ଲୋକେ ବହି ପଢ଼ିବାର ସଳଖ ସୁବିଧାଟିଏ ନପାଇଲେ ଧୀରେ ପଠନ ଅଭ୍ୟାସ କମିଯାଏ । ଆଜି ଓଡ଼ିଶାର ଅଗଣିତ ପାଠକଙ୍କ ପାଠକୀୟ ରୁଚି କେବଳ ଖବରକାଗଜ, ସାପ୍ତାହିକୀ ଆଦି ପଢ଼ାକୁ ଖସି ଆସିଲାଣି । ଏ ବେଳା ଏକ ଭାଷା ପାଇଁ ଶୁଭ ନୁହେଁ । ଆଉ ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା ପାଇବା ପାଠକପଣ ବଢ଼ାଇବାରେ ମୁଖ୍ୟ ଭୂମିକାଟିଏ ନିଭାଇପାରିନାହିଁ । ତେବେ କେଉଁଥିରେ କିଛି ଊଣା ରହିଯାଇଛି କି? କାହିଁକି ଆଜି ଭାଷା-ସାହିତ୍ୟର ଶ୍ରୋତା-ବକତା ଉଭୟ ସମାନ? ବହି ଉନ୍ମୋଚନ ହୋଇ କେବଳ ଲେଖକ ମହଲରେ ବଣ୍ଟାହୋଇ ସମୀକ୍ଷା ହୋଇଯାଉଛି, ସଭା କିବା ବହିମେଳା ହତା ଡେଉଁନାହିଁ?
ଆଧୁନିକ କାରିଗରି ବଳରେ ବହିକୁ ଅଧିକ ପାଠକଙ୍କ ପାଖକୁ ନେବାରେ ଏଯାବତ ଅଳ୍ପ କିଛି ଉଦ୍ୟମ କରାଯାଇଛି । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସାରଳା ମହାଭାରତ ଓ ଭାଗବତ ଆଦି କେତୋଟି ପୁରୁଣା ପୋଥିକୁ ଟାଇପ କରି ଡିଜିଟାଲ ସଂସ୍କରଣ ତିଆରି କରାଯାଇଥିଲା । (ଓଡ଼ିଆ.ଓଆରଜି) ୱେବସାଇଟ ଜରିଆରେ ବିଦେଶରେ ଥିବା କେତେଜଣ ଓଡ଼ିଆ ଅନେକ ଓଡ଼ିଆ ବହିକୁ ଟାଇପ କରି ଏବଂ ସ୍କାନ କରି ଇଣ୍ଟରନେଟରେ ଉପଲବ୍ଧ କରାଇଥିଲେ । ପୁରୁଣା ବହିର ଡିଜିଟାଲ ଅଭିଲେଖ କରିବା କାମ ବିଧିବଦ୍ଧ ଭାବେ କିଛିବର୍ଷ ତଳେ ଭୁବନେଶ୍ୱରର ସୃଜନିକା ଅନୁଷ୍ଠାନ ତରଫରୁ ଏନଆଇଟି ରାଉରକେଲା ଓ ପ୍ରଗତି ଉକ୍ରଳ ସଂଘ ସହଯୋଗରେ ଏକ ପ୍ରକଳ୍ପ "ଓପନ ଆକସେସ ଟୁ ଓଡ଼ିଆ ବୁକ୍ସ' ମାଧ୍ୟମରେ ଆରମ୍ଭ କରାଯାଇଥିଲା । ଏଥିରେ ସ୍କାନ ହୋଇଥିବା ମୋଟ ୭୪୦ଖଣ୍ଡ ବହି ଓ ପତ୍ରପତ୍ରିକା ଭିତରୁ ୨୦୦ରୁ ଅଧିକ ବହି ଇଣ୍ଟରନେଟରେ ଡାଉନଲୋଡ଼ କରିବା ପାଇଁ ଉପଲବ୍ଧ କରାଯାଇଛି । ଏସବୁ ପ୍ରମୁଖ କାମକୁ ବାଦ ଦେଇ ଆଉ କେତେକ ଉଦ୍ୟମ ମଧ୍ୟ ହୋଇଛି । ତେବେ ଏଯାବତ ହୋଇଥିବା ଏସବୁ କାମରେ ଲେଖାଖୋଜା ବା ଟେକ୍ସଟ ସର୍ଚ ସୁବିଧା ନାହିଁ । ଅର୍ଥାତ, ଇଣ୍ଟରନେଟରେ ଓଡ଼ିଆରେ ଟାଇପ କରି କିଛି ଭାଗବତର ପଦଟିଏ ଖୋଜିଲେ ସେ ପଦ ଥିବା ସ୍କନ୍ଧଟି ମିଳିବ ନାହିଁ । ପାଠକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏ ଏକ ବିରାଟ ସମସ୍ୟା । ତେଣୁ ଆହୁରି ଲକ୍ଷେ ବହି ସ୍କାନ କରି ଇଣ୍ଟରନେଟରେ ରଖିଲେ ମଧ୍ୟ ତାହାକୁ ପାଠକେ ଖୋଜି ପାଇବେ ନାହିଁ ।
ହେଲେ ସ୍କାନ କଲାପରେ ପୁରୁଣା ବହିର ଲେଖାକୁ ଟେକ୍ସଟରେ ରୂପାନ୍ତର କରିବା ଏତେ ସହଜ ନୁହେଁ । କମ୍ପ୍ୟୁଟର ଟେକନୋଲୋଜିରେ ନାନାଦି ସାଧନ ନିର୍ମାଣ କରାଯାଇଥିବା ଜଗତର ବହୁବିଧ ଭାଷାରେ ଏ ସ୍କାନ ଛବିରୁ ଟେକ୍ସଟ ରୂାନ୍ତର ଲାଗି ଅପ୍ଟିକାଲ କ୍ୟାରେକ୍ଟର ରେକଗନିସନ (ଓସିଆର) ନାମକ କାରିଗରୀ ବ୍ୟବହାର କରାଯାଏ । ତେବେ ଛବିକୁ ଚିହ୍ନି ତାକୁ ଅକ୍ଷରରେ ରୂାନ୍ତର କରିବା ଦୁରୂହ ଓ କମ୍ପ୍ୟୁଟର ତାଲିମ ଦେବା ସମୟସାପେକ୍ଷ । କାମଟି କିନ୍ତୁ ଏ ଭାଷା ପାଇଁ ଏକ ବିଶାଳ ବରଦାନ । ତେବେ ଓଡ଼ିଆ ସମେତ ଭାରତର ଅନ୍ୟାନ୍ୟ ଭାଷାରେ ଏଯାଏ ଓସିଆର ସେତେ ବେଶି ନିର୍ଭୁଲ ଭାବେ କାମ କରିନାହିଁ । କମ୍ପ୍ୟୁଟର ଜ୍ଞାନ ଥିବା କିଛି ଲୋକ ୬-୭ ମାସ ଲାଗିଲେ ଓଡ଼ିଆ ପାଇଁ ଏ ଉପକରଣର ବିକାଶ କରାଯାଇପାରନ୍ତା । ବିକଳ୍ପ ସମାଧାନ ହେଲା ବହି ପାଠକୁ ଇଉନିକୋଡ଼ ନାମକ ମାନକରେ ଓଡ଼ିଆ ଲିିରେ ଟାଇପ କରି ଟେକ୍ସଟ ରୂପେ ଇଣ୍ଟରନେଟରେ ଉପଲବ୍ଧ କରାଇବା । ଏ କାମ କିନ୍ତୁ କେବଳ ମୂଲ୍ୟବାନ ବହିମାନଙ୍କ ପାଇଁ କରାଯିବା ଉଚିତ । ଧରାଯାଉ ଓଡ଼ିଆ ଆଈମା କାହାଣୀ କି ଅବଲୋକରା କାହାଣୀ କିମ୍ବା ବାକି ଲୋକକାହାଣୀ ସବୁ ଏତେ ଉପାଦେୟ ଓ ଯୁଗୋପଯୋଗୀ ସେ ସବୁକୁ ଥରେ ଟାଇପ କଲେ ଅନେକ ଲୋକଙ୍କ କାମରେ ଲାଗିବ ।
ଓଡ଼ିଆରେ ଇ-ବହି ବା ବହିର ଡିଜିଟାଲ ସଂସ୍କରଣ କରାଯିବାର ନୂଆ ରାହାଟିଏ ନିକଟରେ ଖୋଲିଛି । ଓଡ଼ିଆ ଉଇକିିପିଡ଼ିଆର ସହଯୋଗୀ ପ୍ରକଳ୍ପଭାବେ ଓଡ଼ିଆ ଉଇକିପାଠାଗାର ନାମକ ଏକ ନୂଆ ପ୍ରକଳ୍ପ ଆରମ୍ଭ ହୋଇଛି । ଏଥିରେ ଥିବା ବହିସବୁ or.wikisource.org ରେ ପଢ଼ିହେବ । ଭାରତରେ ପ୍ରକାଶକ କିମ୍ବା ସ୍ୱତ୍ୱାଧିକାରୀଙ୍କ ଦେହାନ୍ତର ୬୦ବର୍ଷ ପରେ ବହିର କପିରାଇଟ ଲୀନହୋଇ ବହିଟି ପବ୍ଲିକ ଡୋମେନରେ ଗଣାଯାଏ । ଏହି ଶ୍ରେଣୀର ଓଡ଼ିଆ ବହିସବୁକୁ ଓସିଆର କିମ୍ବା ଟାଇପ କରି ଓଡ଼ିଆ ଉଇକିାଠାଗାରରେ ରଖାଯାଇପାରିବ । କିନ୍ତୁ ଏ ପ୍ରକଳ୍ପର ଏକ ବିଶେଷ ସୁବିଧା ଲେଖକ ଓ ପ୍ରକାଶକଙ୍କ ମଙ୍ଗଳ ଲାଗି ମଧ୍ୟ ରହିଛି । ନିଜ ବହିକୁ ଅନଲାଇନ ବିତରଣ କରିବାକୁ ଚାହୁଁଥିବା ପ୍ରକାଶକ କିମ୍ବା ଲେଖକ ନିଜର କପିରାଇଟର ସର୍ତ୍ତାବଳୀକୁ
ସମ୍ପୂର୍ଣ୍ଣ କପିରାଇଟରୁ ଆଂଶିକ କପିରାଇଟକୁ ମଧ୍ୟ ବଦଳାଇ ପାରିବେ । ଏହି ଆଂଶିକ କପିରାଇଟର ନାଁ ହେଲା କ୍ରିଏଟିଭ କମନ୍ସ ସେଆର-ଏଲାଇକ (ସିସି-ବାଇ-ଏସଏ) । ଏଥିରେ ଅନ୍ୟ ଜଣେ ଏକା ସର୍ତ୍ତରେ ପୂର୍ବ-ପ୍ରକାଶିତ ଲେଖାର ପୁନଃପ୍ରକାଶନ କରିାରିବ । ଏହା ବଳରେ ବହିଟିକୁ ଅନ୍ୟମାନେ ପଢ଼ିପାରିବା ସହ ବିତରଣ ମଧ୍ୟ କରିାରିବେ । ଏ ବିଶେଷ କପିରାଇଟ ଆଜିକାଲି ଏତେ ଜଣାଶୁଣା ହେଲାଣି ଯେ ଜଗତର ଅନେକ ଜଣାଶୁଣା ଶିକ୍ଷାନୁଷ୍ଠାନ ଓ ପ୍ରକାଶକ ନିଜର କିଛି ବହିକୁ ଏହି କପିରାଇଟରେ ବିତରଣ କରୁଛନ୍ତି । ଆହେ ଦୟାମୟ ବିଶ୍ୱବିହାରୀ ଓ ଅଗଣିତ ଓଡ଼ିଆ ଶିଶୁକବିତା-ଗପର ରଚୟିତା ରାମକୃଷ୍ଣ ନନ୍ଦ, ସୁଶିକ୍ଷକ- ଭ୍ରାମଣିକ-ଦାର୍ଶନିକ ଡ.ଜଗନ୍ନାଥ ମହାନ୍ତି, ଭାଷା-ଗବେଷକ ଡ. ସୁବ୍ରତ ପୃଷ୍ଟି ଓ କବି ଭାରତ ମାଝୀଙ୍କ ବହିମାନ ସ୍ୱତ୍ୱାଧିକାରୀଙ୍କ ଅନୁମତି କ୍ରମେ ପୁନଃଲାଇସେନ୍ସ କରାଇ ଉଇକିାଠାଗାର ପରିସରକୁ ଅଣାଗଲାଣି ।
ଓଡ଼ିଆ ପାଠକେ ଏହି ଉଇକିାଠାଗାର ପ୍ରକଳ୍ପରୁ ଆଉ ଏକ ସୁବିଧା ମଧ୍ୟ ପାଇପାରିବେ । ଏଥିରେ ଟାଇପ ହୋଇ ବହିସବୁ ସିନା ଗଚ୍ଛିତ ହେବ । ହେଲେ ସେସବୁକୁ ଟାଇପ କରିବ କିଏ? ଅନେକ ସମୟରେ ଯାହା ସରକାର କିମ୍ବା ଏକ ଅନୁଷ୍ଠାନ କରିନପାରେ ସେତେବେଳେ ଜନସାଧାରଣଙ୍କ ବଳର ଉପଯୋଗିତା ବୁଝାପଡ଼େ । ଆଉ ଉଇକିପାଠାଗାର ସମ୍ପୂର୍ଣ୍ଣ ଭାବେ ଏହି ସ୍ୱେଚ୍ଛାସେବୀଙ୍କ ବଳରେ ବଳୀୟାନ । ଜଣେ ଚାହିଁଲେ ଲେଖାର ଭୁଲଟିଏ ସୁଧାରିପାରିବ, ବାକିଥିବା ପୃଷ୍ଠା ଟାଇପ କରିାରିବ ଆଉ ଅସମ୍ପୂର୍ଣ୍ଣ ବହିଟିଏକୁ ସମ୍ପୂର୍ଣ୍ଣ କରି କୋଟିକୋଟି ପାଠକଙ୍କ ପାଇଁ ପଠନର ଏକ ନୂଆ ଝରକା ଖୋଲିଦେଇ ପାରିବ ।
ଅନେକେ ବିରସି ଉଠନ୍ତି ଗୁଗୁଲରେ ଓଡ଼ିଆ ନାହିଁ ବୋଲି; ଇଣ୍ଟରନେଟ୍ରେ ଓଡ଼ିଆ ଭାଷାରେ ଲେଖାର ଅଭାବ ତା'ର ଏକ ବଡ଼ କାରଣ । ଯେଉଁ ଭାଷାରେ ଇଣ୍ଟରନେଟରେ କାରବାର ଯେତେ ଅଧିକ ସେ ଭାଷା ନୂଆ ପିଢ଼ିର ସେତେ ନିଜର । ଆଉ ଯେଉଁ ଭାଷା ଏବେର ପିଢ଼ି ତୁଣ୍ଡରେ ଯେତେ ଅଧିକ କଥିତ, କାମରେ ଯେତେ ଅଧିକ ବ୍ୟବହୃତ, ସେ ଭାଷା ଭବିଷ୍ୟତରେ ସେତେ ଛାମୁଆ ହେବ । ଓଡ଼ିଆ ପାଇଁ ଉଇକିପାଠାଗାର ଭଳି ଏକ ବିଶ୍ୱମାନର ପ୍ରକଳ୍ପ ଅଧିକ ଲେଖକଙ୍କ ସମାଗମରେ ଭରି ଆମ ଭାଷା ପାଇଁ ଏକ ବିଶାଳ ପାଠାଗାରରେ ପରିଣତ ହୋଇପାରିବ ।
The views and opinions expressed on this page are those of their
individual authors. Unless the opposite is explicitly stated, or unless
the opposite may be reasonably inferred, CIS does not subscribe to these
views and opinions which belong to their individual authors. CIS does
not accept any responsibility, legal or otherwise, for the views and
opinions of these individual authors. For an official statement from CIS
on a particular issue, please contact us directly.