Centre for Internet & Society

This is an op-ed I authored for Odia newspaper the "Samaja" that got published on January 30, 2015. Through this post I intend to highlight the needs for taking the Odia language to international fora instead of keeping it confined within the books. I have covered the focus area of 3 free and open source projects: Odia Wikipedia, Odia Wikisource and Global Voices Odia in the column highlighting the need for more people to contribute.

The Unicode version of the post is below. Interestingly 10 new accounts got created on Odia Wikipedia so far which seem to be an impact of the portion explaining about Wikipedia.

ଭାଷାଟି ଆମର ଏ ଦେଶର ମୋଟ ୬୦୦ରୁ ଅଧିକ ଭାଷା ଓ ତହିଁରୁ ୬ଟି ପୁରୁଣା ଭାଷା ଭିତରୁ ଗୋଟିଏ ବୋଲି ମାନ୍ୟତା ପାଇଲା । ଆମ ଭାଷା ମୂଳ ବିଶାଳ କଳିଙ୍ଗ ଭୂଖଣ୍ଡର ସତ୍ତାକୁ ଧରି ରଖିଥିବା ବୋଧେ ଏକଇ ଭାଷା । ଏତେ ସବୁ ପରେ ମଧ୍ୟ ଆମ ଭାଷା ଆନ୍ତର୍ଜାତିକ ସ୍ତରରେ କେତେ ପରିଚିତ, ତାହା ନକହିବା ଭଲ । ଯେଉଁଠି ନିଜ ରାଜ୍ୟର ଲୋକେ ଓଡ଼ିଆରେ କଥା ହେବାକୁ ନାରାଜ ସେଠି ଦେଶବିଦେଶରେ ପତିଆରା କଥା କହିବା ତୁଚ୍ଛା ପାଗଳାମି ବୋଲି ପାଠକେ ହୁଏତ ଭାବୁଥିବେ । ତେବେ ଏ ପ୍ରସଙ୍ଗ ଆଲୋଚନା କରିବା ପଛରେ ରହିଛି ଆମ ଓଡ଼ିଆ ଜାତିର ମାନସିକତା ବିଦେଶରୁ ଆସିଥିବା ଲୋକଟେ ଅଧିକ ଆଦର ପାଏ, ନିଜ ଲୋକେ ବିଦେଶ ଯାଇ ବାହୁଡ଼ିଲେ ଅଧିକ ସମ୍ମାନର ଅଧିକାରୀ ହୁଅନ୍ତି, ଏମିତି ଲୋକେ ମଦ ପିଇଲେ ବିଦେଶୀ ଭାଷାରେ ବକନ୍ତି ବୋଲି ଶୁଣାଯାଏ! ଏଣୁ ନିଜ ରାଇଜ ଆଉ ଦେଶରେ ଯେବେ ଆମ ଭାଷାଟି ଗାଁ କନିଆଁ, କାଳେ ବିଦେଶରେ କାଟ୍‍ତି ବଢ଼ିଲେ, ଭାଷାଟି ଏକ ଅନ୍ତର୍ଜାତୀୟ ଭାଷା ବୋଲି ବିଖ୍ୟାତ ହେବ ଆଉ ନିଜ ଲୋକଙ୍କ ତା' ପ୍ରତି ଆଦର ବଢ଼ି ।ରେ ବୋଲି ବିଚାରିବା । କେଇଦିନ ତଳେ ଇଟାଲିରୁ ଜଣେ ସାଙ୍ଗ ଜଣାଇଲେ "ଓଡ଼ିଆ' ଶବ୍ଦଟି (ସେମାନେ, ପର୍ତ୍ତୁଗୀଜ ଓ ସ୍ପାନିସ ଭାଷାଏ "ଓଦିଆ' ବୋଲି ଉଚ୍ଚାରଣ କରନ୍ତି) ଘୃଣା କରିବା ପାଇଁ ବ୍ୟବହାର ହୁଏ । ମୁହଁରେ କହିଲି ନାହିଁ, ହେଲେ ମନରେ ଭାଜିଲି ଆମ ଲୋକେ ନିଜ ଭାଷାକୁ କ'ଣ କମ ହୀନିମାନ କରନ୍ତି! ଯଦି ଆମ ଭାଷା ଜଗତର ଛାମୁଆଁ ଭାଷା ଭିତରୁ ଗୋଟେ ହୋଇପାରନ୍ତା ତା'ହେଲେ ଏ "ଘୃଣାର ଭାଷା' ହୋଇ ଆଉ ରହନ୍ତା ନାହିଁ । ତେବେ ଆମ ଭିତରୁ କେତେଜଣ ଜଗତର ଆଉ ଭାଷା ଗବେଷାଳିଙ୍କ ସଙ୍ଗେ ନିଜ ଭାଷା କଥା ପକାଉଛୁ? ଓଡ଼ିଶା ସୀମା ଡେଇଁଲେ ଓଡ଼ିଆମାନେ ଏତେ ଅନର୍ଗଳ ହିନ୍ଦୀ କହିବେ ଆପଣଙ୍କୁ ବୋଧ ହେବ ବୋଧେ ଏମାନେ ମାଆ ପେଟରୁ ହିନ୍ଦୀ ଶିଖିଥିଲେ । ଅଧିକ ଭାଷା ଶିଖିଲେ ଭଲ, କାମରେ ଆସେ । ହେଲେ ନିଜ ଭାଷାକୁ ତୁଚ୍ଛକରି କିଏ ନୂଆ ଭାଷାରେ ଏତେ ପାରଙ୍ଗମ ହୁଏନା । ଆଜି ଯାଏ ଆମ ଭାଷାର ଏତେ ସାହିତ୍ୟ ଯେ ଗଢ଼ା, ତା'ଭିତରୁ କେତେ ଅନ୍ୟ ଭାଷାରେ ଅନୁବାଦ ହୋଇଛି? ଯେଉଁମାନେ ଆମ ସାହିତ୍ୟର ମୁଖିଆ ବୋଲାଇ କାଳକାଳ ଧରି ଗାଦି ମାଡ଼ି ବସିଛନ୍ତି, ସେମାନଙ୍କୁ ପୁଚ୍ଛିବାର ବେଳ ଆସିଛି କାହିଁକି ଆମେ ଖାଲି ଅନ୍ୟ ଭାଷାରୁ ଅନୁବାଦ କରୁଛୁ, କାହିଁକି ଆମର କାଳଜୟୀ ଲେଖାମାନ ଦେଶ ଓ ଦେଶ ବାହାରେ ପଢ଼ାଯାଉନାହିଁ? ଭାରତୀୟ ଭାଷା ଭିତରୁ କେବଳ ତାମିଲ ଭାଷା କଥା ଚର୍ଚ୍ଚା ହୁଏ ଦେଶବିଦେଶରେ । କାରଣ କ'ଣ ଜାଣନ୍ତି? ବାକିସବୁ କାରଣ ବାଦ୍‍ ସବୁଠୁ ବଡ଼ କାରଣଟି ହେଲା ସେ ଭାଷାର ପୁରୋଧାମାନେ ରାଜ୍ୟ କି ଦେଶ ଭିତରେ ବାନ୍ଧି ନହୋଇ ନିଜ ଭାଷାକୁ ସାରା ଜଗତକୁ ନେଇଛନ୍ତି । ଖାଲି ପଇସାର ଟାଣରେ ଏ କାମ ହୋଇନାହିଁ, ଏଥିରେ ଧନ, ରାଜନୀତି ଆଉ କୂଟନୀତି ଲାଗିଛି । ଆମ ସାହିତ୍ୟିକମାନେ ଥରୁଟେ ବିଦେଶ ଗଲେ ସେଠି ନିଜ ଭାଷା, ରାଇଜ କଥା କେତେ ଯେ ଗପନ୍ତି ତା ମା' ଗଙ୍ଗେଇଙ୍କି ଜଣା । ଗପୁଥିଲେ ତାଙ୍କ ପରିଚିତ ମହଲରେ ଓଡ଼ିଆ ଭାଷା ବାବଦରେ ମଞ୍ଜିଟିଏ ପୋତା ହୋଇଥାନ୍ତା, ଅନ୍ତତଃ କିଛି ଭାଷାରେ ଓଡ଼ିଆ ବହି ଅନୁଦିତ ହୋଇଥାନ୍ତା, ଓଡ଼ିଆ ଭାଷାର ପୁରୁଣାପଣ ବାବଦରେ ବିଦେଶୀ ବ୍ଲଗରେ, ଖବରକାଗଜରେ, ଟେଲିଭିଜନରେ ଚର୍ଚ୍ଚା ହୋଇଥାନ୍ତା । ହୋଇଛି କି ଏଥିରୁ କାଣିଚାଏ? ଆଜିର ପିଢ଼ି ଯାହାଦେଇ ଶିଖୁଛନ୍ତି, ତାଙ୍କୁ ସେଇ ମାଧ୍ୟମରେ ଶିଖାଇପାରିଲେ ସିନା ସେମାନେ ଶିଖିବେ । ଖାଲି ଏବର ପିଢ଼ିକୁ ଦୋଷ ଦେଇ ଭାଷା ମରିଯାଉଛି ବୋଲି କୁମ୍ଭୀର କାନ୍ଦଣା କାନ୍ଦିଲେ କି ହେବ କି ଆମେ ନିଜ ଭାଷାର ବିଶ୍ୱବିଦ୍ୟାଳୟ କଥା ବିଚାରୁଛୁ, ହେଲେ ଆକାଶ କଇଆଁ ସ୍ୱରୂପ "ଶାସ୍ତ୍ରୀୟ ମାନ୍ୟତା କେନ୍ଦ୍ର ଅନୁଦାନ ରାଶି' ଆସିବାକୁ ନଚାହିଁ ବିଦେଶରୁ ରାଶି କେମିତି ଆସି ଏ କାମରେ ଲାଗିବ ତା ପାଇଁ ବାଟ ତିଆରୁଛୁ କି? ତେବେ ଏ ଦୁଃଖ ବଖାଣିଲେ ନସରେ । ଚୋରକୁ ମାନ ମାରି ଖପରାରେ ଖାଇଲେ ଏଠି ଘରବୁଡ଼ି ଆଣ୍ଠୁଏ ହେବ । ତେଣୁ ବେଳ ଥାଉଁଥାଉଁ କିଛି ନିଅଁ ପୋତା ଚାଲୁ, ତେଣିକି ଘର ଯେବେ ଗଢ଼ାଯିବ ଏ ସାହା ହେବ । ଓଡ଼ିଆର ପରିଚିତି ଦେଶବିଦେଶରେ ଯେତିକି ଉଣା, ଜଗତର ବାକି ଭାଷା ପାଇଁ ତିଆରି ହୋଇଥିବା ବିଭିନ୍ନ ଜ୍ଞାନର ଭଣ୍ଡାରରେ ମଧ୍ୟ ସେତିକି ଅଜଣା । ଇଂରାଜୀ ବାଦ୍‍ ଅନ୍ୟାନ୍ୟ ଭାଷାର ଲେଖାର ପ୍ରକାଶନ ପାଇଁ ଅନେକ ସ୍ଥାନ ରହିଛି । ତେବେ ଏମିତି କେତୋଟି ଜାଗତିକ ସ୍ଥାନରେ ଓଡ଼ିଆର ଚିହ୍ନଟେ ଯେ ରହିବା ଲୋଡ଼ା ତା କହିବା ବାହୁଲ୍ୟ । କାନ୍ଦିବୋବାଳି ରାମମୋହନ ଲାଇବ୍ରେରି ସକାଶେ କେଇଶହ ବହି ଛାପି ଯେଉଁମାନେ ନିଜର ବା ଭାଷାର ଉନ୍ନତି କରିବେ ବୋଲି ସାଧି ବସିଥିବେ ତାଙ୍କ ପାଇଁ ନାକରା ଖବର- ଆଉ ପିଲେ ଓଡ଼ିଆ ପଢ଼ୁନାହାନ୍ତି । ଓଡ଼ିଆ କଥା ଛାଡ଼ନ୍ତୁ, ପିଲେ ବହି ପଢ଼ୁନାହାନ୍ତି । ତାଙ୍କୁ ଆଜିକାଲି ଲୋଡ଼ା ଭଳିକି ଭଳି ଗେମ, ଆନିମେସନ ଆଉ ଗ୍ରାଫିକ୍‍ ନଭେଲ (କମିକ୍ସ ଭଳି ଛବି ସମ୍ବଳିତ ବହି) । ପୁଣି ପିଲାଏ ମୋବାଇଲ ଆଉ କମ୍ପ୍ୟୁଟରରୁ ଇଣ୍ଟରନେଟରେ ଖୋଜି ବସିୁଛନ୍ତି ନୂଆନୂଆ କଥା । ଆଜିର ପିଢ଼ି ଯାହା ଦେଇ ଶିଖୁଛନ୍ତି ତାଙ୍କୁ ସେଇ ମାଧ୍ୟମରେ ଶିଖାଇପାରିଲେ ସିନା ସେମାନେ ଶିଖିବେ । ଖାଲି ଏବର ପିଢ଼ିକୁ ଦୋଷ ଦେଇ ଭାଷା ମରିଯାଉଛି ବୋଲି କୁମ୍ଭୀର କାନ୍ଦଣା କାନ୍ଦିଲେ କି ହେବ? ଓଡ଼ିଆ ଉଇକିପିଡ଼ିଆ: ଇଣ୍ଟରନେଟରେ ପହଞ୍ଚôଲେ କୌଣସି ବିଷୟ ଖୋଜିବାକୁ ପ୍ରଥମେ ଖୋଲାହୁଏ ଗୁଗୁଲ କି ୟାହୁ ଭଳି ସର୍ଚ୍ଚ ଇଞ୍ଜିନ । ଖୋଜିଲାପରେ ଯାହା ପ୍ରଥମ ଲିଙ୍କ୍‍ରେ ଆସେ ସେ ହେଲା ଉଇକିପିଡ଼ିଆ । ଏଇଟି ଜଗତର ବିଶାଳତମ ଜ୍ଞାନକୋଷ । ୨୦୦୧ରେ ଇଂରାଜୀ ଉଇକିପିଡ଼ିଆରେ ପରେ ପ୍ରଥମ ଭାରତୀୟ ଭାଷା ଭାବେ ପଞ୍ଜାବୀ ଓ ଅହମିୟା ସହ ଯେ ଓଡ଼ିଆ ଏଥିରେ ସ୍ଥାନ ପାଇଲା ତା' ଅନେକ ଜାଣିନଥିବେ । ୨୦୦୨ରେ ତିଆରି ସିନା ହୋଇଗଲା । ହେଲେ ଏଥିରେ ଲେଖିବ କିଏ? ଇଂରାଜୀର ପାଠକ ଓ ଲେଖକ ଅଧିକ । ଆଉ ଉଇକିପିଡ଼ିଆରେ ଲେଖିଲେ କଉଡ଼ିଟିଏ ମିଳେନାହିଁ । ସ୍ୱେଚ୍ଛାରେ ଲେଖିବାକୁ ବିଦେଶରେ ଯେମିତି ଲୋକ ବାହାରନ୍ତି ଆମର ସେ ଅବସ୍ଥା ନାହିଁ । ତଥାପି ୨୦୧୧ ବେଳକୁ ଓଡ଼ିଶା ବାହାରେ ଥିବା କିଛି ଓଡ଼ିଆ ଏ ତିମିରରେ କିଛି ଆଲୁଅ ଜଳାଇଲେ । ଧୀରେଧୀରେ ଓଡ଼ିଶାରେ ଥିବା ଓଡ଼ିଆମାନେ ମଧ୍ୟ ସେଥିରେ ଯୋଡ଼ିହେଲେ । ଆଉ ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଭାଷାର ବିଶାଳତମ ଅନଲାଇନ ଜ୍ଞାନକୋଷ । or.wikipedia.org ରେ ଉପଲବ୍ଧ ଏ ଏନସାଇକ୍ଲୋପିଡ଼ିଆ ସୀମିତ ସ୍ୱେଚ୍ଛାସେବୀଙ୍କ ଦେଇ ସମ୍ପାଦିତ ହେଉଥିବାରୁ ସେତେ ବିଶାଳ ନୁହେଁ ସତ, କିନ୍ତୁ ଏହା ଓଡ଼ିଆ ଭାଷାରେ ଉପଲବ୍ଧ ବିଶାଳତମ ୱେବସାଇଟ । ଓଡ଼ିଆ ଉଇକିପିଡ଼ିଆର ମାସିକ ପାଠକ ୫ ଲକ୍ଷରୁ ଅଧିକ । ବହିର ପାଠ ବହି ବାହାରେ ବ୍ୟବହାର ହେବାରେ ପୁଣି ଟାଇପ କରିବାର ଯେଉଁ ବାଧକ ତା' ଏଥିରେ ନାହିଁ । ମଜାର କଥା ଯେ ଅନେକ ସମୟରେ ବିଭିନ୍ନ ଭାଷାଭାଷୀ ଉଇକିଆଳିଗଣ (ଉଇକିପିଡ଼ିଆର ସମ୍ପାଦକ) ବେଳେବେଳେ ଆପୋଷରେ ଏକ ଆଉଜଣଙ୍କ ଦେଶ-ଭାଷା-ଚଳଣି-ବ୍ୟକ୍ତିତ୍ୱଙ୍କ ସମ୍ବନ୍ଧରେ ଲେଖିବା ଦେଖାଯାଏ । ୨୮୮ରୁ ଅଧିକ ଭାଷାଭାଷୀ ଏମିତି ଅଗଣିତ ଲୋକ ଯେଉଁଠି ମିଶି ଲେଖନ୍ତି ସେଠି ଭାଷାଟିଏ ଯୋଜନଯୋଜନ ଡେଇଁ ଜଗତର କୋଣ ଅନୁକୋଣ କେଡ଼େ ସହଜରେ ପହଞ୍ଚିପାରେ ଏ ତା'ର ଏକ ଉଦାହରଣ । ଓଡ଼ିଆ ଉଇକିପାଠାଗାର: ଆମ ଭାଷାରେ ଏଯାବତ୍‍ କେଇ ଲକ୍ଷ ବହି ଛପାଯାଇସାରିବଣି । ହେଲେ ଏ ସବୁ ବହି କ'ଣ ସଭିଁଏ ପଢ଼ିବାର ସୁଯୋଗ ପାଆନ୍ତି? କାହାପାଖରେ ପାଠାଗାର ଯିବାପାଇଁ ବେଳ ନାହିଁ ତ ହାତପାହାନ୍ତାରେ ବହି ନଥିବାରୁ କିଏ ଓଡ଼ିଆ ଛାଡ଼ି ବାକି ଭାଷାର ଲେଖାପଢ଼ା ଆଦରୁଛି । ଆମ ଭାଷାର ପାଠକ କମିକମି ଯାଉଛନ୍ତି । ସମାଧାନର ପନ୍ଥା କ'ଣ ହୋଇପାରେ? ଆମ ଭାଷା ଖାଲି କ'ଣ ସାହିତ୍ୟ ଆଉ ସାହିତ୍ୟକଙ୍କ ଭାଷା କି ଲୋକମୁଖର କଥିତ ଭାଷା ହୋଇ ରହିଯିବ? ଆଜିର ପିଢ଼ି ପାଖରେ ପହଞ୍ଚôବାଲାଗି ତାକୁ ମନ ପଢ଼ିବାକୁ, ଜିଣିବାକୁ ହେବ । ଏଥି ।ଇଁ ପ୍ରାଥମିକ କାମଟି ହେଲା ବିରଳ ଓ ଛପା ହେଉନଥିବା ଅନେକ ପୁରାତନ ବହି ଇଣ୍ଟରନେଟ ଜରିଆରେ ପାଠକମାନଙ୍କ ନିକଟକୁ ନେବା । ଯଦି ପାଠାଗାରରୁ କୌଣସି କାରଣରୁ ବହିଟି ଚୋରିହୁଏ କି ପୋକ ଖାଇଯାଏ ତା'ହେଲେ ଲେଖକର ଶ୍ରମର ଦେଉଳ ଭୁଶୁଡ଼ି ଡ଼େ । ତାକୁ ସାଇତିବାର ସବୁଠୁ ବଡ଼ ବାଟ ହେଉଛି ଇଣ୍ଟରନେଟ୍‍ । ପୁରୁଣା ଓ ବିରଳ ବହିମାନ ଛପାଇବାରେ ଭୁବନେଶ୍ୱରର ସୃଜନିକା ଅନୁଷ୍ଠାନର କାମ ଏକ ଐତିହାସିକ ପଦକ୍ଷେପ । ୧୮୪୦- ୧୯୪୦ ଭିତରେ ପ୍ରକାଶିତ ପତି୍ରକା, ୨୫ରୁ ଅଧିକ ଅଭିଧାନ ତଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ପୋଥିକୁ ମିଶାଇ ୭୪୦ରୁ ଅଧିକ ବହିକୁ ଡିଜିଟାଲ ରୂ ଦେବାରେ ସେମାନଙ୍କ ଅବଦାନ କାହିଁରେ କେତେ । ହେଲେ ଏ ବହିର ଲେଖାସବୁ ଆଉଥରେ ବ୍ୟବହାର ହେବା, ଇଣ୍ଟରନେଟ୍‍ରେ ଖୋଜିପାଇବା ତଥା ମୋବାଇଲ ଆଦିରେ ପଢ଼ିବା ପାଇଁ ଆଉଥରେ ଟାଇପ ହେବା ଜରୁରୀ । ସବୁଯାକ ବହିକୁ ଟାଇପ କରିବା ସମ୍ଭବ ନୁହେଁ, ହେଲେ କିଛିକିଛି ବହି ଧୀରେଧୀରେ ଟାଇପ ହୋଇପାରିବ । ସେ କାମଟି ଅଧୁନା ଓଡ଼ିଆ ଉଇକିାଠାଗାରରେ ଆରମ୍ଭ ହୋଇଛି । ଇଣ୍ଟରନେଟରେ or.wikisosurce.org ରେ ପାଠକେ ଏହାକୁ ଖୋଲି ପଢ଼ିପାରିବେ ଓଡ଼ିଆ ଭାଗବତଠୁ ଆରମ୍ଭ କରି ଭଞ୍ଜ ସାହିତ୍ୟ ଏବଂ ଗୋପବନ୍ଧୁଙ୍କ ପରି ଏ ଯୁଗର ମହାନ ସାହିତ୍ୟିକଙ୍କ ରଚନାବଳୀ । ପ୍ରକଳ୍ପଟି ଅଣଲାଭକାରୀ, ଆଉ କପିରାଇଟ ନଥିବାରୁ ବହି ସବୁ ଖୋଲାରେ ପାଠକଙ୍କ ପାଇଁ ଉପଲବ୍ଧ ।

ଗ୍ଲୋବାଲ ଭଏସେସ: ଉପର ଦୁଇ ପ୍ରକଳ୍ପ ତ ଗଲା ବହିର ରକ୍ଷଣାବେକ୍ଷଣ ଆଉ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ ଗଢ଼ିବାର କଥା । ହେଲେ ଘଟୁଥିବା ଘଟଣା ଆଉ ଜନମତର ମହତ ମଧ୍ୟ ଊଣା ନୁହେଁ । ଘଟୁଥିବା ଘଟଣାବଳୀ ଓ ତହିଁରେ ଜନ-ଅଭିମତକୁ ଭରିବା ଲକ୍ଷ୍ୟରେ ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ ହେଉଛି ଗ୍ଳୋବାଲ ଭଏସେସ । ସୌଭାଗ୍ୟର କଥା ଯେ ହିନ୍ଦୀ ଓ ବଙ୍ଗଳା ପରେ ଏଥିରେ ୩ୟ ଭାରତୀୟ ଭାଷା ଭାବେ ଓଡ଼ିଆ ସ୍ଥାନୀତ । ଓଡ଼ିଆ ପାଠକଙ୍କ ପାଇଁ ଖବର ବୋଲି ଯାହା ଖବରକାଗଜରେ ଆସେ ତା ବାହାରେ ଘଟୁଥିବା ଘଟଣା ସହ ପରିଚିତ ଲାଭ ପାଇଁ ଏ ଏକ ବଡ଼ ମାଧ୍ୟମ ହୋଇପାରେ । ଏହା or.globalvoicesonline.org ରେ ଉପଲବ୍ଧ । ଏ ମଧ୍ୟ ଏକ ସ୍ୱେଚ୍ଛାସେବୀ ପରିଚାଳିତ ପ୍ରକଳ୍ପ ଯାହାର ଦୁଆର ଭାଷା ଦକ୍ଷତା ଥିବା ଲେଖକଙ୍କ ପାଇଁ ଖୋଲା ।


Click to read a copy of the original article published by the Samaja here

The views and opinions expressed on this page are those of their individual authors. Unless the opposite is explicitly stated, or unless the opposite may be reasonably inferred, CIS does not subscribe to these views and opinions which belong to their individual authors. CIS does not accept any responsibility, legal or otherwise, for the views and opinions of these individual authors. For an official statement from CIS on a particular issue, please contact us directly.