Centre for Internet & Society

ତାରିଖ ଏବଂ ସମୟ: ୨୦୧୫ ଜୁନ ୩ ତାରିଖ, ସନ୍ଧ୍ୟା ୫ ଟା ସ୍ଥାନ: ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ସଚିବାଳୟ ମାର୍ଗ, ଭୁବନେଶ୍ୱର, ଓଡ଼ିଶା କାର୍ଯ୍ୟକ୍ରମ ସବିଶେଷ: https://or.wikipedia.org/s/sml

The article was published in Odishan.com on June 2, 2015.


ପ୍ରଥମ ଭାରତୀୟ କେତୋଟି ଉଇକିପିଡ଼ିଆ (Wikipedia) ମଧ୍ୟରୁ ଅନ୍ୟତମ ଓଡ଼ିଆ ଉଇକିପିଡ଼ିଆ ଏହି ମାସ ୩ ତାରିଖରେ ତାହାର ୧୩ ବର୍ଷ ବ୍ୟାପୀ ମୁକ୍ତ ଜ୍ଞାନ ବିତରଣର ମହୋତ୍ସବ ପାଳୁଛି । ଇଂରାଜୀ ଉଇକିପିଡ଼ିଆ ଆରମ୍ଭ ହେବାର ବର୍ଷେ ପରେ ୨୦୦୨ ମସିହାରେ ଆରମ୍ଭ ହୋଇଲା ଓଡ଼ିଆ ଉଇକିପିଡ଼ିଆ । ଇଉନିକୋଡ଼ରେ ଉପଲବ୍ଧ ଓଡ଼ିଆ ଉଇକିପିଡ଼ିଆ ଏ ଭିତରେ ଓଡ଼ିଆ ଭାଷାର ବିଶାଳତମ ଅନଲାଇନ ଜ୍ଞାନକୋଷ (ଏନସାଇକ୍ଲୋପିଡ଼ିଆ)ରେ ପରିଣତ ହୋଇଛି । ଭାରତର ବିଭିନ୍ନ ସ୍ଥାନରେ ରହୁଥିବା ପାଖାପାଖି ୧୭ ଜଣ ସକ୍ରିୟ ସମ୍ପାଦକ (“ଉଇକିଆଳି” ନାମରେ ପରିଚିତ)ଙ୍କ ଦେଇ ସମ୍ପାଦିତ ଓ ୮,୮୦୦ରୁ ଅଧିକ ପ୍ରସଙ୍ଗରେ ଭରା ଏହି ପ୍ରକଳ୍ପଟି ଏକ ଜ୍ଞାନକୋଷରୁ ଅନେକ ଉପରେ । ସ୍ୱେଚ୍ଛାରେ ସମ୍ପାଦନ କରୁଥିବା ସମ୍ପାଦକମାନଙ୍କ ଉଦ୍ୟମ ହେତୁ କପିରାଇଟ ଥିବା ଅନେକ ବହିର ଲାଇସେନ୍ସ କ୍ରିଏଟିଭ କମନ୍ସ ଭଳି ମୁକ୍ତ ଲାଇସେନ୍ସରେ ରୂପାନ୍ତରତିକ କରାଯାଇ ସେସବୁକୁ ଇଣ୍ଟରନେଟ ଜରିଆରେ ଅଧିକ ପାଠକଙ୍କ ନିକଟରେ ପହଞ୍ଚାଇବାର ବାଟ ତିଆରି ହୋଇଛି । ଏହା ଛଡ଼ା ଲେଖକ ଓ ସତ୍ୱାଧୀକାରୀ (କପିରାଇଟ ମାଲିକ)ଙ୍କ ସହ ସନ୍ଧି କରି ଅନେକ ଉପାଦେୟ ରଚନା ଇଣ୍ଟରନେଟରେ ଉପଲବ୍ଧ କରାଯାଉଛି । or.wikipedia.org ରେ ଉପଲବ୍ଧ ଓଡ଼ିଆ ଉଇକିପିଡ଼ିଆରେ ସଭିଙ୍କୁ ସମ୍ପାଦନା କରିବାର ସୁଯୋଗ ଦିଆଯାଇଥାଏ ଯାହା ଫଳରେ ଖବରକାଗଜ, ପତ୍ରିକାଆଦିରେ ଅନେକ ଉପାଦେୟ ବିଷୟରେ ପ୍ରକାଶିତ ଲେଖାମାନଙ୍କ ଆଧାରରେ ନୂଆ ପ୍ରସଙ୍ଗ ତିଆରି ଓ ପୁରୁଣା ପ୍ରସଙ୍ଗର ଉନ୍ନତୀକରଣ କରାଯାଇପାରିବ ।

ଉଇକିଆଳିମାନେ ଜଗତରେ ଜଣାଶୁଣା ଉଇକିପିଡ଼ିଆ ଏଜୁକେସନ ପ୍ରୋଗ୍ରାମ ଭଳି ବିଭିନ୍ନ ଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନେଇ ପାଖାପାଖି ୨,୦୦୦ରୁ ଅଧିକ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ବିଭିନ୍ନ ବିଷୟରେ ଲେଖିବା ବାବଦରେ ଶିଖାଇଛନ୍ତି । ଏହାର ୧୩ ତମ ଜନ୍ମତିଥି ପାଳନ ନିମନ୍ତେ ଉଇକିଆଳି ସମୂହ ଏକ ବିଭିନ୍ନ ସରକାରୀ ଜର୍ଣ୍ଣାଲ, ଖବରକାଗଜ, ପତ୍ରିକା ଆଦିରେ ଥିବା ଅଣ-ଇଉନିକୋଡ଼ ଲେଖାରୁ ଇଉନିକୋଡ଼ରେ ରୂପାନ୍ତର କରିବା ପାଇଁ କ୍ୟାରେକ୍ଟର ଏନକୋଡିଙ୍ଗ କନଭର୍ଟର ବିତରଣ କରିବା ଯୋଜନା କରୁଛି । ଏହା ଫଳରେ ସର୍ଚ ଇଞ୍ଜିନରେ ଉପଲବ୍ଧ ହୋଇନପାରୁଥିବା ଅନେକ ଉପାଦେୟ ଲେଖା ଡିଜିଟାଲ କଣ୍ଟେଣ୍ଟ ଭାବେ ଇଉନିକୋଡ଼ରେ ଉପଲବ୍ଧ ହୋଇ ଇଣ୍ଟରନେଟ ପାଠକମାନଙ୍କ ପଠନଯୋଗୀ ହୋଇପାରିବ ।

ଯୋଗାଯୋଗ:
[email protected]
ମୃତ୍ୟୁଞ୍ଜୟ କର, ଓଡ଼ିଆ ଉଇକିପିଡ଼ିଆ ପରିଚାଳକ (ଫୋନ: 9437112371)
ଶୈଳେଶ ପଟ୍ଟନାୟକ, ଓଡ଼ିଆ ଉଇକିପିଡ଼ିଆ ଉଇକିଆଳି (ଫୋନ: 7537097770)
ସୁଭାସିସ ପାଣିଗ୍ରାହୀ, ଓଡ଼ିଆ ଉଇକିପିଡ଼ିଆ ପରିଚାଳକ ଓ ପ୍ରୋଗ୍ରାମ ଅଫିସର, ଆକସେସ ଟୁ ନଲେଜ-ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି (08050515339)
[email protected]

Filed under: ,